ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମାଲିକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ରୁଜୁ ହେଲା ମାମଲା। କ୍ୟାପିଟାଲ ଥାନାରେ IPC ଧାରା 285, 286, 337 ଓ  338 ଅନୁଯାୟୀ  ମାଲିକଙ୍କ ବିରୋଧ କମିଶନରେଟ ପୋଲିସ ତରଫରୁ କେସ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କିଛି ଦିନ ହେବ ସେହି ପ୍ରେଟ୍ରୋଲ ପମ୍ପରେ ଚାଲୁଥିଲା କାମ ।

ବ୍ଲାଷ୍ଟିଂ ବେଳେ  ସେଠାରେ ୪ ଜଣ ବ୍ୟକ୍ତି କାମ କରୁଥିଲେ। ତା ଭିତରୁ ଜଣଙ୍କର ଆଜି କଟକ ବଡମେଡିକାଲ ମୃତ୍ୟୁ ହୋଇଛି। ଆଉ ଜଣେ ଏବେବି ଗୁରୁତର ଅଛନ୍ତି । ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବାବେଳେ ଆଉ ଜଣେ ନିରୁଦ୍ଧିଷ୍ଟ ଅଛନ୍ତି। ସେହିଭଳି ମିଳିଥିବା ମାଂସଗୁଡିକର ଫରେନସିକ ଯାଞ୍ଚ ହେବାସହ DNA  ଟେଷ୍ଟ ମଧ୍ୟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.