ପେସାଦାର ଅପରାଧୀ ସାବଧାନ ! ପାର୍ବଣକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ପାର୍ବଣକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ। ପେଶାଦାର ଅପରାଧୀଙ୍କ ଉପରେ ରହିବ କଡା ନଜର। ସିସିଟିଭି ନଜରରେ ପୁରା ରାଜଧାନୀର କୋଣ ଅନୁକୋଣ ରହିଛି। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ଚାଲିଛି। ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବେ। ସମୟରେ ହାଜିରା ନଦେଲେ ବନ୍ଧା ହେବେ ପେଶାଦାର ଅପରାଧୀ। ବ୍ରାଉନସୁଗର, ନକଲି ମଦ ପାଇଁ ଦୈନନ୍ଦିନ ଚଢ଼ାଉ ଚାଲିଛି।

White spider ଅପରେସନ ପ୍ରତ୍ୟେକ ଥାନାରେ ଚାଲିଛି। ୧ ତାରିଖରୁ ୧୯ ତାରିଖ ମଧ୍ୟରେ ୩୮ ଟି କେସ ରୁଜୁ ହୋଇଛି। ବ୍ରାଉନସୁଗର ଜବତ ଘଟାଣରେ ୨୫ ଟି ଓ ୧୩ ଟି ଗଞ୍ଜେଇ କେସ ରୁଜୁ ହୋଇଛି।  ୪୬୬ ଗ୍ରାମ ବ୍ରାଉନସୁଗର ସହ ୨ ଲକ୍ଷ ୬୯ ହଜାର ଟଙ୍କା ଠାବ ହୋଇଛି। ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ। ସମସ୍ତ ଦୁର୍ଗପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପୂଜା କମିଟି ସହ ଆଲୋଚନା ହୋଇଛି। ଛିନତାଇ ରୋକିବା ପାଇଁ ଟିମ ଗଠନ ହୋଇଛି।  ସମସ୍ତ ସ୍ଥାନରେ ସାଧା ପୋଷାକରେ ରହିବେ ପୋଲିସ । ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ରହିଛି। ମେଢ଼,ମେଲୋଡି, ମିନାବଜାର ପାଇଁ କେତେକ ରାସ୍ତା ଗହଳି ହୋଇପାରେ, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.