ସଫଳ ହେଲା କମିଶନରେଟ ପୋଲିସର ଡ୍ରିମ୍ସ ପ୍ରୋଜେକ୍ଟ, ୫୦ ଜଣ ଯୁବକଙ୍କୁ ନିଶା କବଳରୁ କରିଛି ମୁକ୍ତ

କେନ୍ୟୁଜ୍(ବ୍ୟୁରୋ):  ନିଶା ଛାଡି ନୂଆ ଜୀବନ ଆରମ୍ଭ କରିଛନ୍ତି । ରାଜଧାନୀର ନିଶାଗ୍ରସ୍ତ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ କମିଶନରେଟ ପୋଲିସର ଡ୍ରିମ୍ସ ପ୍ରୋଜେକ୍ଟ ସଫଳ ହୋଇଛି । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୫୦ ଜଣ ଯୁବକଙ୍କୁ ନିଶା କବଳରୁ ମୁକ୍ତ କରାଯାଇଛି । ନିଶାରୁ ନିବୃତ ରହିବାକୁ ଏମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇଥିଲା ।

ଥଇଥାନ କେନ୍ଦ୍ରରେ ସକାଳୁ ଯୋଗ, ଡାନ୍ସ, ଚେସ ଖେଳିବା ଆଦିରେ ନିୟୋଜିତ କରାଯାଇଥାଏ । ସେହିଭଳି ସନ୍ତୁଳିତ ଖାଦ୍ୟ ଏବଂ ବିଶ୍ରାମ ମଧ୍ୟ ନେବାକୁ ପରାମର୍ଶ ଦିଆଯାଏ । ନିଶାରୁ ବାହାରି ନୂଆ ଜୀବନ ଆରମ୍ଭ ପାଇଁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.