ଭୁବନେଶ୍ୱର: ଭରତପୁରରେ ଦେହ ବେପାର ଚାଲିଥିବା OYO ହୋଟେଲକୁ ସିଲ୍ କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ସିଲ୍‌ ହେଲା OYO ହୋଟେଲ। ଭୁବନେଶ୍ୱର ଭରତପୁର କଳିଙ୍ଗନଗର ଫେଜ-୨ ସ୍ଥିତ ହେମଲତା ପ୍ୟାଲେସ୍‌କୁ ସିଲ୍‌ କଲା କମିଶନରେଟ୍‌ ପୋଲିସ। ସେକ୍ସ ରାକେଟ୍‌ ଚାଲୁଥିବା ନେଇ ଗତକାଲି ଅତର୍କିତ ଚଢାଉ କରିଥିଲା ପୋଲିସ।

୨ ଗ୍ରାହକଙ୍କୁ ଗିରଫ କରିବା ସହ ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଘଟଣା ପରଠୁ OYO ମାଲିକ ଫେରାର ଅଛନ୍ତି । ଚଢାଉ ବେଳ ଓୟୋ ରୁମ୍‌ରୁ ନଗଦ ଟଙ୍କା, ୧୦ରୁ ଅଧିକ ମୋବାଇଲ ଫୋନ୍‌, ମେଡିସିନି ଓ ମଦ ଆଦି ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.