ବ୍ରାଉନସୁଗାର ବେପାରୀଙ୍କ ନିଦ ହଜାଇ ଦେଇଛି କମିଶନରେଟ ପୋଲିସର ହ୍ଵାଇଟ ସ୍ପାଇଡ଼ର ଟିମ୍, ଗିରଫ ହେଲେଣି ୩୪ ଜଣ

ଭୁବନେଶ୍ବର(କେନ୍ୟୁଜ୍):ବ୍ରାଉନସୁଗାର ଚୋରାଚାଲାଣ ରୋକିବାରେ କମିଶନରେଟ ପୋଲିସକୁ ମିଳୁଛି ସଫଳତା। ଏହି କାରବାର ରୋକିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ହ୍ଵାଇଟ ସ୍ପାଇଡ଼ର। ଏବେ ଏହାର ସଫଳତା ମିଳୁଛି।

ଅଗଷ୍ଟ ୧୫ ତାରିଖରୁ ଆଜି ଯାଏଁ ୧ କେଜି ୯୫୦ ଗ୍ରାମ ୪୦ ମିଲିଗ୍ରାମ ଜବତ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା  ୩୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ବିଭିନ୍ନ ଥାନାରେ ୧୫ ଟି ଏନ୍ଡ଼ପିଏସ ମାମଲା ରୁଜୁ ହୋଇଛି । ୪ ଲକ୍ଷ ୮୧ ହଜାର ୨୭୦ ଟଙ୍କା ଜବତ ହୋଇଛି । ୨ଟି ବାଇକ, ୧୫ ଟି ମୋବାଇଲ,୧ଟି ବନ୍ଧୁକ, ୫ଟି ଗୁଳି ଜବତ କରିଛି ହ୍ଵାଇଟ ସ୍ପାଇଡ଼ର ଟିମ । ଆଗକୁ ଏହି ଅପରେସନ ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.