ରାଜ୍ୟ

ଖଟ୍ଟି କରୁଥିଲେ ସାବଧାନ! ରାଜଧାନୀର ଗଳିକନ୍ଦିରେ ବେଆଇନ ଆର୍ଡା ଉପରେ ଚଢାଉ କରିବ ପୋଲିସ

ଭୁବନେଶ୍ଵର(କେନ୍ୟୁଜ୍): ଭୁବନେଶ୍ଵରରେ କମିଶନରେଟ ପୋଲିସର ‘ସେଫ୍ଟି ସିଟି ଡ୍ରାଇଭ’ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ସହ ୨୫ଟି ବାଇକରେ ଟିମ୍ ୬୦ର ୫୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। ରାଜଧାନୀରେ ରାସ୍ତା କଡ଼ରେ ବେଆଇନ ଆଡ୍ଡା  ଉପରେ ଚଢ଼ାଉ ସହ ଅପରାଧୀଙ୍କୁ ଦମନ ପାଇଁ ଚାଲିଛି  ଡ୍ରାଇଭ ।

ଆଜି ମାରଷ୍ଟକ୍ୟାଣ୍ଟିନ ଛକରୁ ଏହି ଡ୍ରାଇଭ ବାହାରି ଦୁଇଟି ଟିମ୍ ରାଜଧାନୀର ରବି ଟକିଜ, ଶିଶୁଭବନ, ପୋଖରୀପୁଟ, ଖଣ୍ଡଗିରି, ଫାୟାର ଷ୍ଟେସନ, ସିରିପୁର , ରାଜମଲ ଛକରେ ଗୋଟିଏ ଟିମ୍ ପେଟ୍ରୋଲିଙ୍ଗ କରିଥିବା ବେଳେ ଅନ୍ୟ ଟିମ୍ ଟି କଟକ ରୋଗ, ରସୁଲଗଡ଼, ମଞ୍ଚେଶ୍ବର, ନାଲକୋ ଛକ, ବୁଦ୍ଧ ପାର୍କ, ଜୟଦେବ ବିହାର, ହାଉସ୍ ବୋର୍ଡରେ ପାଟ୍ରୋଲିଂ କରିଛି।

ଏହି ଡ୍ରାଇଭ ସମୟରେ ରାଜଧାନୀର ଗଳିକନ୍ଦିରେ ବୁଲି ରାସ୍ତା କଡରେ ଥିବା ମଦୁଆ ଆର୍ଡା ଓ ଗଞ୍ଜେଇ ଆର୍ଡା ଉପରେ ଚଢ଼ାଉ କରି ମଦ ନଷ୍ଟ କରୁଛି ଏହି ଟିମ୍। ରାସ୍ତା କଡରେ ବେଆଇନ ମଦ ଆର୍ଡା ନ କରିବାକୁ ଲୋକଙ୍କୁ ସଚେତନ କରାଉଛି କମିଶନରେଟ ପୋଲିସ।

 

 

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 seconds ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

42 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

58 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago