ଭଦ୍ରକ ସାଂପ୍ରଦାୟିକ ଅଶାନ୍ତି ରାଜ୍ୟର ଛବିକୁ ମଳିନ କରୁଛି : ନବୀନ

ଭଦ୍ରକ : ସାଂପ୍ରଦାୟିକ ଅଶାନ୍ତି ରାଜ୍ୟର ଛବିକୁ ମଳିନ କରୁଛି ।  ଶାନ୍ତି ଓ ସଦଭାବ ଓଡ଼ିଶାର ପରିଚୟ ।  ଏହାକୁ ବଜାୟ ରଖିବାକୁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ପଡ଼ିବ ।  ଭଦ୍ରକରେ ଗତ ୩ଦିନ ଧରି ସାଂପ୍ରଦାୟିକ ଅଶାନ୍ତି ମଧ୍ୟରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଭଦ୍ରକ ଜିଲ୍ଲା ବିଜେଡିର ସାଂଗଠନିକ ସ୍ଥିତି ସମୀକ୍ଷା ବେଳେ ଏହା କହିଛନ୍ତି ନବୀନ ପଟ୍ଟନାୟକ ।

ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା ।  କିନ୍ତୁ ଗତ ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ।  ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକରେ ସାମ୍ପ୍ରଦାୟିକ ଅଶାନ୍ତି ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।  ଶାନ୍ତି ଓ ସଦଭାବ ଓଡିଶାର ପରିଚୟ । ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like