କେନ୍ଦୁଝର(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା । ଆଜି ବୈତରଣୀରେ ପ୍ରବଳ ବନ୍ୟା ଆସିବ ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନ ବନ୍ୟା ପଣିରେ ବୁଡି ରହିଛି । ତୁରୁମୁଙ୍ଗା ନିକଟରେ ୪୯ ନମ୍ବର ଜାତୀୟ ରାଜପଥର ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁ ଥିବାରୁ ଜାତୀୟ ରାଜପଥରେ ଯାତାୟାତ ଠାପ ହୋଇ ଯାଇଛି।
ସେପଟେ କ୍ରମାଗତ ବର୍ଷା କାରଣରୁ ତଳିଆ ଲୋକଙ୍କ ଚିନ୍ତା ବଢାଇଛି ବୈତରଣୀ। ପ୍ରତି ୧ ଘଣ୍ଟାରେ ବୈତରଣୀର ଜଳ ସ୍ତର ମାପ ନିଆଯାଉଛି। ସନ୍ଧ୍ୟା ସୁଧା ବୈତରଣୀ ନଦୀ ବିପଦ ସଙ୍କେତ ଠାରୁ ୨.୫ ମିଟର ଉପରେ ଚାଲୁଥିବା ଜଣାପଡିଛି। ସେହିଭଳି ଭଦ୍ରକ-ଯାଜପୁର ଟାଉନ ଯୋଗଯୋଗ ବିଛିନ୍ନ ଓ ବାଲେଶ୍ବର ରେମୁଣା ଯୋଗାଯୋଗ ବିଛିନ୍ନ ହୋଇଛି ।