ବିଶିଷ୍ଟ କମ୍ଯୁନିଷ୍ଟ ନେତା ବଂଶୀଧର ଦାସଙ୍କ ପରଲୋକ, ଭାଗଚାଷୀଙ୍କ ହକ୍‌ ପାଇଁ କରିଥିଲେ ଅନେକ ଆନ୍ଦୋଳନ

ଭୁବନେଶ୍ବର: ବିଶିଷ୍ଟ କମ୍ଯୁନିଷ୍ଟ ନେତା ବଂଶୀଧର ଦାସଙ୍କ ଆଜି ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଏସିସିବିରେ ତାଙ୍କ ଦେହାନ୍ତ ହୋଇଛି । ଅନେକ ଲଢ଼େଇ କରି ହଜାର ହଜାର ହରିଜନଙ୍କ ଜମି ଫେରାଇବାରେ ସକ୍ଷମ ହୋଇଥିଲେ । ଭାଗଚାଷୀଙ୍କ ହକ୍‌ ପାଇଁ ଅନେକ ଆନ୍ଦୋଳନ କରିଥିଲେ ବଂଶୀଧର ଦାସ । ସେ ବନ୍ଦୀମୁକ୍ତି କମିଟି ଗଠନ କରି ତାର ସଭାପତି ସେ ଥିଲେ । ତାଙ୍କର ଦୁଇଟି ପୁସ୍ତକ ଗୋହତ୍ୟା ପ୍ରସଙ୍ଗ ଏବଂ ଭାରତର ସମ୍ବିଧାନ ଓ ବିଭିନ୍ନ ସମସ୍ୟା ବେଶ ପାଠକ ଆଦୃତ ହୋଇପାରିଛି । ନିଜ ପୈତୃକ ଗାଁରେ ବଂଶୀଧର ଦାସଙ୍କ ଶେଷକୃତ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.