ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ

କେନ୍ଯୁଜ୍: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ। ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଅତିରିକ୍ତ ତଥ୍ୟ ଦାଖଲ କରାଯାଇଛି।

୧୧ଟି ପ୍ରସଙ୍ଗରେ NHRCଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପୂର୍ବରୁ ଅଗଷ୍ଟ ୨୩ରେ ଏହି ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିକଟରୁ NHRC ରିପୋର୍ଟ ତଲବ କରିଥିଲେ। ଏହାପରେ ଏହି ପ୍ରସଙ୍ଗରେ ପୂର୍ଣ୍ଣାଙ୍କ ତଥ୍ୟ ଦାଖଲ ପାଇଁ ଅଭିଯୋଗକାରୀ ସୁବ୍ରତ ଦାସଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.