ବ୍ୟାଙ୍କ ନାଁରେ ସାଂଘାତିକ ଅଭିଯୋଗ, ପାଖାପାଖି କୋଟିଏ ଟଙ୍କା ହେରଫେର୍
ଲୋକମାନେ ଭାବୁଛନ୍ତି ଆମ ଟଙ୍କା ସୁରକ୍ଷିତ ଅଛି, ଜମା ଅଛି ଦରକାର ବେଳେ ଉଠାଇବୁ । କିନ୍ତୁ ଗ୍ରାହକଙ୍କୁ ଜଣାନଥିଲା ତାଙ୍କ ଅଗୋଚରରେ ତାଙ୍କ ଖାତା ହୋଇଯାଇଥିଲା ଖାଲି ।

ଆଳି (କେନ୍ୟୁଜ) : ଲୋକେ ଭରୁଥିଲେ ଟଙ୍କା…ଏପଟେ ଖାତା ହେଇଚାଲିଥିଲା ଖାଲି, ଲୋକମାନେ ଭାବୁଛନ୍ତି ଆମ ଟଙ୍କା ସୁରକ୍ଷିତ ଅଛି, ଜମା ଅଛି ଦରକାର ବେଳେ ଉଠାଇବୁ । କିନ୍ତୁ ଗ୍ରାହକଙ୍କୁ ଜଣାନଥିଲା ତାଙ୍କ ଅଗୋଚରରେ ତାଙ୍କ ଖାତା ହୋଇଯାଇଥିଲା ଖାଲି । ହଁ ଆଜ୍ଞା ଲୋକଙ୍କ ଟଙ୍କା ଖାଇଗଲା ବ୍ୟାଙ୍କ୍ । ଗ୍ରାହକଙ୍କ ଅଜାଣତରେ ଲୋକଙ୍କ ଟଙ୍କା ହଡପ । ପୁଣି ଲକ୍ଷେ କି ଦୁଇ ଲକ୍ଷେରେ କଥା ନୁହେଁ କାହାର ୭୦ ଲକ୍ଷ ତ ଆଉ କାହାର ୪ ଲକ୍ଷ । ପୂରା ୮୫ ଲକ୍ଷ ଟଙ୍କାର ଟେର ପାଉନାହାଁନ୍ତି ଲୋକେ । ଦେଖନ୍ତୁ କେମିତି ବ୍ୟାଙ୍କରେ ଲାଗିଛି ଲୋକଙ୍କ ଗହଳି । କେହି କିଛି ଜାଣିପାରୁନାହାଁନ୍ତି କି ବୁଝି ପାରୁନାହାଁନ୍ତି । ସମସ୍ତଙ୍କ ମନରେ ସେହି ଗୋଟିଏ ଆତଙ୍କ ମୋର କେତେ ଟଙ୍କା ଉଠିଛି । ମୋ ଖାତାକୁ ଆଉ ଖାଲି କରିଦେଇନାହାଁନ୍ତି ତ ।
ଏ ଚିତ୍ର ଯୋଉ ଆପଣ ଦେଖୁଛନ୍ତି ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରିବାଜ଼ର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଷରର । ଯେଉଁଠି ଗ୍ରାହକମାନଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ଉଠାଣ ହୋଇଥିବାର ଅଭିଯୋଗ ହୋଇଛି । ଗ୍ରାହକ ମାନଙ୍କ ଆକାଉଣ୍ଟରୁ ୮୫ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ ଦୁବାଇରେ ନିଜ ପରିବାର ସହିତ ରୁହନ୍ତି । ସେ ତାଙ୍କର ଏବଂ ପରିବାର ଲୋକଙ୍କ ନାଁରେ ବ୍ୟାଙ୍କରେ ୫ଟି ଆକାଉଣ୍ଟ ଖୋଲି ଟଙ୍କା ଜମା କରୁଥିଲେ । କିନ୍ତୁ ଜମା ବି ଟେର ପାଆନ୍ତିନାହିଁ ଯେ ସେ ଯେଉଁ ଟଙ୍କା ଜମା କରୁଛନ୍ତି ସେ ଟଙ୍କାକୁ ଏମାନେ ଚଳୁ କରୁଛନ୍ତି ବୋଲି । ଏମିତିକି ତାଙ୍କ ସ୍ତ୍ରୀ ଆସିଲେ ଖାତା ପ୍ରିଣ୍ଟ ମଧ୍ୟ କରାନ୍ତିନାହିଁ ।
ସବୁବେଳେ କୁହନ୍ତି ପ୍ରିଣ୍ଟିଙ୍ଗ ଖରାପ ଅଛି ପରେ ଆସିବ । ଏମିତି କହି ଫେରାଇ ଦିଅନ୍ତି । କିନ୍ତୁ ହଠାତ୍ ଦିନେ ସୁରେନ୍ଦ୍ରଙ୍କର ଲକ୍ଷେ ଟଙ୍କା ଦରକାର ପଡିଲା ସେ ବ୍ୟାଙ୍କରୁ ଟଙ୍କା ଉଠାଇଲା ପରେ ଜାଣନ୍ତି ଯେ ତାଙ୍କ ଆକାଉଣ୍ଟ ଏକଦମ ଖାଲି ହୋଇସାରିଛି । ଯାହାକୁ ଦେଖି ମୁଣ୍ଡ ଗେଲା ହୋଇଗଲା ସୁରେନ୍ଦ୍ରଙ୍କର । ତୁରନ୍ତ ବ୍ୟାଙ୍କରେ ପଚରାପଚରି ପରେ ଜାଣନ୍ତି ଯେ ପିଅନ ଓ ସେତେବେଳର ମ୍ୟାନେଜର ଏ ବାବଦରେ ଜାଣିଥିବେ । ଯାହା ବର୍ତ୍ତମାନର ମ୍ୟାନେଜର ଜାଣିନାହାଁନ୍ତି ବୋଲି କହୁଛନ୍ତି । ଏବଂ ଘଟଣାର ଉଚିତ ତଦନ୍ତ କରାଯିବ ବୋଲି ସେ କହୁଛନ୍ତି ।
ଆକାଉଣ୍ଟରୁ ୭୦ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ ଆଳି ଥାନରେ ଗତ ୨୦ତାରିଖ ଦିନ ଅଭିଯୋଗ କରିଛନ୍ତି ସୁରେନ୍ଦ୍ର । ଆକାଉଣ୍ଟରୁ ଟଙ୍କା ହଡ଼ପ ଘଟଣାରେ ବ୍ୟାଙ୍କ ପିଅନ,ବ୍ୟାଙ୍କଷ୍ଟାପ ଓ ପୂର୍ବତନ ଶାଖା ପରିଚାଳଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଆଳି ଥାନାରେ ଏତଲାହେବା ପରେ ବ୍ୟାଙ୍କର ପିଅନ,ବ୍ୟାଙ୍କ ଷ୍ଟାଫ, ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କର ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ହେଲେ ଗ୍ରାହକଙ୍କ ଜମାଖାତାରୁ ଟଙ୍କା ହଡ଼ପ ହେବା ତାଲିକା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି।। କିନ୍ତୁ ଏବେ ପର୍ଯ୍ୟନ୍ତ ଏହାକୁ ନେଇ ପୋଲିସର କୌଣସି ପତିକ୍ରିୟା ମିଳିପାରିନାହିଁ।