ମୋ ଝିଅକୁ ମାରି ଦିଆଯାଇଛି, ଶାଶୂଘର ଲୋକଙ୍କ ନାଁରେ ଝିଅଘର ଆଣିଲେ ସଂଙ୍ଗୀନ୍ ଅଭିଯୋଗ

ପଟ୍ଟାମୁଣ୍ଡାଇ: ମେଡିକାଲ ପରିସରରେ କାନ୍ଦ ବୋବାଳି ସାଙ୍ଗକୁ ହୋ ହାଲ୍ଲା ପାଟି ତୁଣ୍ଡରେ କମ୍ପି ଉଠୁଛି ପୁରା ପରିବେଶ । ଆଉ ଚିତ୍କାର କରି ମା’ କହୁଛି ମୋ ଝିଅକୁ ଯିଏ ମାରିଛି ତାକୁ ବାନ୍ଧି ନେଇଯାଅ । ଏପେଟେ ମେଡିକାଲ ବେଡରେ ପଡ଼ି ରହିଛି ଝିଅର ମୃତଦେହ । ପରିବାର ଲୋକେ ପାଟି ତୁଣ୍ଡ କରିବା ସହ ଝିଅ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ପ୍ରକୃତରେ ଘଟଣା କ’ଣ ବିଷୟରେ । ଏପରି ପରିବାର ଲୋକେ ଜ୍ବାଇଁକୁ ବାନ୍ଧିବାକୁ ଦାବି କାହିଁକି କରୁଛନ୍ତି ? କଣ ହୋଇଛଇ ? ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ପୋଖରୀସାହି ଗାଁରେ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ। ଯାହାକୁ ନେଇ ମେଡିକାଲ ପରିସରରେ ପରିବାର ଲୋକଙ୍କ ହୋହାଲା ସହିତ ଉତ୍ତେଜନା ଲାଗିରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତ ତେରୋହି ଗାଁର ବିର ମଳିକ ଙ୍କ ଝିଅ ବନିତା ମଳିକ । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ପଞ୍ଚାୟତ ପୋଖରୀସାହି ଗାଁର ସୁଧାକର ମଳିକ ଙ୍କ ପୁଅ ପପୁ ମଳିକଙ୍କୁ ବିବାହ କରିଥଲେ। ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସୁଃଖର ସଂସାର । ଉଭୟଙ୍କର ଗୋଟିଏ ପୁଅ ଆଉ ଝିଅ ମଧ୍ୟ ରହିଛି । କିନ୍ତୁ ତାଙ୍କର ଏହି ହସଖୁସି ବେଶିଦିନ ତିଷ୍ଠି ରହିଲା ନାହିଁ । ତାଙ୍କ ଜୀବନରେ ଆସିଗଲା ଦୁଃଖର ଝଡ଼ ।

ଗତକାଲି ଦିନ ଗୋଟାଏ ସମୟରେ ବନିତା ଜୀବନ ହାରିଥିବା ଦେଖି ବନିତାଙ୍କ ଶାଶୁ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁଲୋକେ ବନିତା ଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୂ ସେଠାରେ ଡ଼ାକ୍ତର ବନିତା ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କୈାଣସି ସୁତ୍ରରୁ ଖବରପାଇ ବାପଘର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୋଲିସ ସେମାନଙ୍କୁ ତାଙ୍କ ଝିଅକୁ ଦେଖିବାକୁ ଦେଇନଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବା ପରେ ପଟ୍ଟାମୁଣ୍ଡାଇ ମେଡିକାଲରେ ହୋହାଲ୍ଲା କରିଥିଲେ । ଝିଅ ପରିବାର ଲୋକେ କହିବା କଥା ଆମ ଝିଅକୁ ମାରି ତରବରିଆ ଭାବେ ଶବ ବ୍ୟବଚ୍ଛେଦ ନେଉଥିଲେ ଆମକୁ ଦେଖାଇ ଦେଉନଥିଲେ । ଆମେ ପାଟି କରିବାରୁ ଆମ ଝିଅକୁ ମେଡିକାଲ ବେଡରେ ଶୁଆଇଛନ୍ତି । ଖାଲି ସେତିକି ନୁହେଁ ଆମ ଝିଅକୁ ତା ଶାଶୁ ଆଉ ସ୍ବାମୀ ମିଶି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ।

ଏନେଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଓ ଆଦର୍ଶ ଥାନା ପହଂଚି ସେମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ସେପଟେ ବନିତା ଙ୍କ ଶାଶୁ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ପୁଅ ବୋହୁ ଙ୍କ ଝଗଡା ସବୁବେଳେ ଲାଗିରହୁଥିଲା ଯେଉଁପାଇଁ ବୋହୂ ଏପରି ଚରମ ନିଷ୍ପତ୍ତି ନେଇଯାଇଛି । ଅନ୍ୟପଟେ ପୋଲିସ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବନିତାଙ୍କ ସ୍ବାମୀ ଫେରାର୍ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like