ରାଉରକେଲା ଟିମ୍ବର କଲୋନୀରୁ ଭେଣ୍ଡିଂ ଜୋନକୁ ନେଇ ଅଭିଯୋଗ: ଦୋକାନ ମିଳିଛି, ହେଲେ ନାହିଁ ମୌଳିକ ସୁବିଧା

ରାଉରକେଲା : ଭେଣ୍ଡିଂ ଜୋନରେ ମିଳିଛି ଦୋକାନ। ହେଲେ ଦୋକାନରେ ନାହିଁ ମୌଳିକ ସୁବିଧା। ଏନେଇ ମହାନଗର ନିଗମକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ହେଉନି ସମାଧାନ। ରାଉରକେଲା ଟିମ୍ବର କଲୋନୀରେ ଖୋଲିଥିବା ଭେଣ୍ଡିଂ ଜୋନକୁ ନେଇ ଆସିଛି ଏଭଳି ଅଭିଯୋଗ। ଦୁଇ ବର୍ଷ ତଳେ ଭେଣ୍ଡିଂ ଜୋନ କରାଯାଇ ବାସହରାଙ୍କୁ ପରିବାର ପୋଷଣ ପାଇଁ ଗୋଟିଏ ଗୋଟିଏ ଦୋକାନ ଘର ଦିଆଯାଇଥିଲା।

ରାଉରକେଲା ମହାନଗର ନିଗମ ଏଠାରେ ୮୧ଟି ଦୋକାନ ଘର କରାଯାଇ ବିଭିନ୍ନ ଲୋକଙ୍କୁ ବଣ୍ଟନ କରାଯାଇଥିଲା । କିନ୍ତୁ ଇଲେକ୍ଟ୍ରିି, ପାଣି କିମ୍ବା ଅନ୍ୟ କୌଣସି ସୁବିଧା ନଥିବାରୁ ଦୋକାନୀ ମାନେ ଦୋକାନ ନେଇ ମଧ୍ୟ ଠିକ୍‌ ଭାବରେ ବ୍ୟବସାୟ କରିପାରୁନାହାନ୍ତି। ଗୁହାରି କଲେ ମଧ୍ୟ ଏହାର ସମାଧାନ ହେଉନି। ମହାନଗର ନିଗମ ପକ୍ଷରୁ ସମସ୍ୟା ସମାଧାନ ବଦଳରେ ଦୋକାନ ଭଡା ଆଦାୟ ପାଇଁ ଚିଠି ଯାଉଛି । ଦୋକାନ ଭଡ଼ା ଦେଉନଥିବା ଦୋକାନୀଙ୍କ ଉପରେ ଫାଇନ ଆଦାୟ ପାଇଁ ନୋଟିସ ଯାଉଥିବା ଅଭିଯୋଗ କରିଛନ୍ତି ଦୋକାନୀ ମାନେ।

Leave A Reply

Your email address will not be published.