ଲୁଲୁ ମହାମାତ୍ରଙ୍କ ଝିଅ ଉପାସନା ଓ ତାଙ୍କ ସ୍ୱାମୀଙ୍କ ସହ ୧୮ ଜଣଙ୍କ ନାଁରେ ଅଭିଯୋଗ, ଭଡାଟିଆ ଘର ନ ଛାଡିବାରୁ ଗୁଣ୍ଡା ଲଗାଇ କଲେ ଭଙ୍ଗାରୁଜା

ଭୁବନେଶ୍ବର: ଲୁଲୁ ମହାମାତ୍ରଙ୍କ ଝିଅ ଉପାସନା ଓ ଜ୍ୱାଇଁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଘର ଛାଡିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ନୂଆପଲ୍ଲୀ ଥାନାରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କ ଝିଅ ତନୟା ଅଭିଯୋଗ କରିଛନ୍ତି । ୪୦ରୁ ୫୦ ଯୁବକ ଓ ଦୁଇ ଜଣ ମହିଳା ଜଣେ ଭଡାଟିଆଙ୍କ ଘରେ ପଶି ଆତଙ୍କ ଖେଳାଇଛନ୍ତି । ସେମାନଙ୍କ ଆକ୍ରମଣରେ ଭଡାଟିଆ ପ୍ରଣବ ରାୟ ଆହତ ହୋଇଥିବା ବେଳେ ଅଭିଯୁକ୍ତମାନେ ଲୁହାଛଡ଼ ଓ କାଠ ଫାଳିଆରେ ଘରର ଆସବାବପତ୍ର ଭାଙ୍ଗି ଦେଇଛନ୍ତି । ନୂଆପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ୧୪ ଜଣଙ୍କୁ ଅଟକ ରଖିଛି ।

ବ୍ରହ୍ମଗିରି ପୂର୍ବତନ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ନିଜେ ଉପସ୍ଥିତ ରହି ଏହି ଯୁବକ ମାନଙ୍କୁ ଭଙ୍ଗାରୁଜା କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । କିଛି ଦିନ ତଳେ ଉପାସନା ଓ ତାଙ୍କ ସ୍ୱାମୀ N-3, 211 ଘରକୁ କିଣିଥିଲେ । ହେଲେ ଭଡାରେ ରହୁଥିବା ପ୍ରଣବ ରାୟ ଘର ଛାଡୁନଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ । ଘର ନ ଛାଡିବାରୁ ଗତକାଲି ୪୦ରୁ ୫୦ ଯୁବକ ଘରେ ପଶି ଭଙ୍ଗାରୁଜା କରିବା ସହ ପ୍ରଣବ ରାୟଙ୍କୁ ମାଡ଼ ମାରିଥିବା ଝିଅ ତନୟା ଥାନାରେ ଅଭିଯୋଗ କରିଛନ୍ତି । ପ୍ରଣବ ରାୟ ଘରେ ନିଜର କନଷ୍ଟ୍ରକସନ କମ୍ପାନୀ କରିବା ସହ ଉପରେ ଘରେ ପରିବାର ସହ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.