ରଙ୍ଗ ବଦଳା ରାଜନୀତି ଛାଡ: ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କର: ବିଜେଡି
ଭୁବନେଶ୍ୱର : ରଙ୍ଗ ବଦଳାଇ ନାଁ ନିଅନା । ଲୋକଙ୍କ ପାଇଁ କିଛି ନୂଆ ଯୋଜନା କର। ଲକ୍ଷ୍ମୀ ବସ୍ ରଙ୍ଗ ବଦଳାଇବାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର ଏପରି କହିଛନ୍ତି ।
ବିଜେଡି ଯୋଜନାରେ ନୂଆ ରଙ୍ଗ ଦେଇ ବିଜେପି ନାଁ ନନେଉ ବୋଲି କହିଛି ବିଜେଡି । ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ। କିଛି ନୂଆ ଯୋଜନା କରି ଲୋକଙ୍କ ପ୍ରଶଂସାଭାଜନ ହୁଅନ୍ତୁ ସରକାର । ରଂଗ ବଦଳାଇ ନିଜର ପ୍ରଚାର କରନ୍ତୁ ନାହିଁ ବୋଲି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଯୋଜନା କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯାଉଥିଲା ।
ଏବେ ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁ ନାହାନ୍ତି ନୂଆ ସରକାର । ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। କେଉଁ ନିଷ୍ପତିରେ ନାଁ ଓ ରଙ୍ଗ ଓ ଫୋଟୋ ବଦଳା ଗଲା, ତା ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବି କରିଛି । ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ। ବଜେଟର କଣ କରୁଛନ୍ତି ସରକାର, ତାହା ଦେଖିବୁ। ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।