ଚିନ୍ତା ବଢାଉଛି କରୋନାର ନୂଆ ଭାଇରସ ଓମିକ୍ରନ୍‌, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଚିନ୍ତା ବଢାଉଛି କରୋନାର ନୂଆ ଭାଇରସ ଓମିକ୍ରନ୍‌ । ଭାଇରସ ବିରୋଧରେ ଟିକା କାମ ନ ଦେବାରୁ ଏବଂ WHO ଏହାକୁ ଭାଇରସ ଅଫ କନସର୍ଣ୍ଣ ତାଲିକାରେ ରଖିବା ଭୟକୁ ଦ୍ୱିଗଣା କରିଛି । ଫଳରେ କେନ୍ଦ୍ର ଏ ନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି । ଟେଷ୍ଟି ବଢାଇବା, ହଟ୍‌ସ୍ପଟରେ କଟକଣା କଡାକଡି କରିବା, ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ସହ ଟେଷ୍ଟ ପଜିଟିଭିଟି ହାର ୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବା ସହ ବିଦେଶୀ ଯାତ୍ରୀଙ୍କ ଉପରେ କଡା ନଜର ରଖିବା ସହ ରାଜ୍ୟମାନେ ବିଦେଶ ଯାତ୍ରୀଙ୍କ ଟ୍ରାଭେଲ ହିଷ୍ଟ୍ରି ବାହାର କରି ସେମାନଙ୍କୁ କ୍ୱାରେଣ୍ଟିନରେ ରଖିବା ଉପରେ ଗରୁତ୍ୱ ଦେଇଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶ ଗୁଡିକୁ କେନ୍ଦ୍ର ଆଟି ରିସ୍କ ତାଲିକାରେ ରଖିଛନ୍ତି ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିବା ପାଇଁ ସବୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ କହିଛନ୍ତି, ବର୍ତ୍ତମାନ ସ୍କୁଲ, କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।

ବିଡିଓ, ସରପଞ୍ଚ, ଓ୍ଵାର୍ଡମେମ୍ବର, ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀଙ୍କ ଜରିଆରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବାବଦରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । କୋଭିଡ୍‌ ସଂକ୍ରମଣ ଜଣାପଡିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ । ଘରକୁ ଘର ଅଭିଯାନରେ ଟିକାକରଣକୁ ଅଧିକ ତ୍ୱରାନ୍ଵିତ କରିବାକୁ କୁହାଯାଇଛି । କୋଭିଡ୍‌ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.