ଭୁବନେଶ୍ୱରରେ ପାଳିତ ହେଲା ଶିକ୍ଷା ଭିତ୍ତିକ କନକ୍ଲେଭ

କେନ୍ୟୁଜ(ବ୍ୟୁରୋ) : ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଶିକ୍ଷା ଭିତ୍ତିକ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟାମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଥିବା ଏହି ଶିକ୍ଷା ଭିତ୍ତିକ କନକ୍ଲେଭରେ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ – ଶିକ୍ଷୟତ୍ରୀ ଓ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇଥିଲେ ।

ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କନକ୍ଳେଭରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ, ବାରିପଦାର କୁଳପତି ଡକ୍ଟର. କିଶୋର କୁମାର ବାସା, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୈଶୱାଲ, ଇଗନୁର କୁଳପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର, ଇନଷ୍ଟିଟ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଡକ୍ଟର ଉମାକାନ୍ତ ଦାସଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

କନକ୍ଳେଭ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ କନକ୍ଲେଭର ମୁଖ୍ୟ ଅତିଥି କେନ୍ଦ୍ର କୌଶଳ ବିକାଶ ତଥା ଉଦ୍ୟାମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଜାତୀୟ ଶିକ୍ଷା ନୀତି ଏବଂ କୌଶଳ ବିକାଶକୁ ନେଇ ଦେଶର ଅଗ୍ରଗତି ବିଷୟରେ ଅଭିଭାଷଣ ରଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.