ସାମାନ୍ୟ ଗଣ୍ଡଗୋଳରୁ ସଙ୍ଘବଦ୍ଧ ଆକ୍ରମଣ, ବୃଦ୍ଧଙ୍କ ମୃତ୍ୟୁ

ଟାଙ୍ଗି (କେନ୍ୟୁଜ): ଗତକାଲି ରାତ୍ରିରେ ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣରେ କରିଥିଲେ କିଛି ଲୋକ । ଆକ୍ରମଣ ରେ ଶିକାର ବୃଦ୍ଧଙ୍କ ବାଲୁଗାଁ ମେଡିକାଲରେ ଡାକ୍ତର ମୃତ୍ୟୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଆରମ୍ଭ କରିଛି ତଦନ୍ତ ।

ଖବର ଅନୁଯାୟୀ ଖୋରଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ତ ରଘୁନାଥପୁର ଗ୍ରାମର ଡାକ ରାଉତଙ୍କ ପୁଅ ଓ ରଙ୍କନାଥ ସାହୁଙ୍କ ନାତିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେଇଥିଲା। ରଘୁନାଥପୁର ଗ୍ରାମର ଡାକ ରାଉତ ପରିବାରର କିଛି ବ୍ୟକ୍ତି ସେହି ଘଟଣାକୁ ନେଇ ଗତକାଲିରେ ସଙ୍ଘବଦ୍ଧ ଭାବରେ ରଙ୍କନାଥ ସାହୁଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ଚେତାଶୂନ୍ୟ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ଶ୍ରୀ ସାହୁ ପରୀକ୍ଷା ନିରୀକ୍ଷା ପରେ ରଙ୍କନାଥଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁ ଖବର ପାଇ ମେଡିକାଲରେ ବାଲୁଗାଁ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଣପୁର କୁ ପଠାଇବା ସହ ମୃତକଙ୍କ ପୁଅ ନିରଞ୍ଜନଙ୍କ ଲିଖିତ ଏତଲା ଆଧାରରେ ପୋଲିସ କେଶ ନଂ ୧୫୨/୨୨ରେ ମାମଲା ରୁଜୁ କରି ଲିଖିତ ଏତଲା ଆଧାରରେ ଚାରି ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରୁବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.