ରାଜ୍ୟ

ତୁଟିଲା ଯୋରନ୍ଦା ମହିମା ଗାଦିରେ ଦୁଇ ପକ୍ଷ ସନ୍ୟାସୀଙ୍କ ବିବାଦ, ଗାଦିର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର

ଢେଙ୍କାନାଳ(କେନ୍ୟୁଜ୍): ତୁଟିଲା ଢେଙ୍କାନାଳ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ବକଳ ଧାରୀ ସନ୍ନ୍ୟାସୀ ଓ କୌପିନୀ ଧାରୀ ସନ୍ନ୍ୟାସୀଙ୍କ ମଧ୍ୟରେ ବିବାଦ। ବହୁଦିନ ଧରି ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦା ଠାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସପି ଜ୍ଞାନରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ, ଯୋରନ୍ଦା ବିଡିଓ, ସରପଞ୍ଚ ଓ ବକଳ ଧାରୀ ଓ କୌପିନୀ ଧାରୀ ସାଧୁ ସନ୍ନ୍ୟାସୀ ଯୋଗ ଦେଇଥିବା ବେଳେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇଥିଲା। ପୂର୍ବରୁ ଲାଗି ରହିଥିବା ସମସ୍ତ ମକଦ୍ଦମାକୁ ଉଠାଇ ନେବାକୁ ଉଭୟ ଗୋଷ୍ଠୀ ସହମତି ପ୍ରକାଶ କରିଛନ୍ତି।

ପୂର୍ବରୁ ବକଳଧାରୀ ସାଧୁ ମାନଙ୍କ ପକ୍ଷରୁ ଲାଗିଥିବା ବିବାଦ ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କୌପିନୀ ଧାରୀ ସାଧୁମାନଙ୍କର ଧୂନୀ ମନ୍ଦିର ଭଙ୍ଗା ପରେ ବିବାଦ ଜୋର ଧରିଥିଲା। ତେବେ ଆଜିର ବୈଠକ ପରେ ସମସ୍ୟାର ସମାଧାନ ହୋଇଛି। ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ ଶୀଘ୍ର ଯୋରନ୍ଦା ପୀଠର ହେବ ନବ କଳେବର। ଏହାକୁ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି।

 

 

KNews Bureau

Recent Posts

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

12 seconds ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

18 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

43 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

47 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

50 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

56 mins ago