କଏଦୀଙ୍କ ସ୍ଥାନାନ୍ତର ନେଇ ଆଠଗଡ଼ ଉପକାରାଗାରରେ ଉପଦ୍ରବ

ଆଠଗଡ଼(କେନ୍ୟୁଜ୍) : ଆଠଗଡ଼ ଉପକାରାଗାରରେ କଏଦୀମାନଙ୍କର ଉନ୍ମକ୍ତ କାଣ୍ଡ। ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଅନ୍ୟ ଜେଲ ସ୍ଥାନାନ୍ତରକୁ ନେଇ କଏଦୀମାନେ ଜେଲ ପରିସରରେ ଥିବା ସିସିଟିଭି କ୍ୟାମେରା ସହ ଚେୟାର ଟେବୁଲ, ରୋଷେଇ ଘରର ସମସ୍ତ ବାସନପତ୍ରକୁ ଭାଙ୍ଗିରୁଜା କରିଥିବା ଜଣାପଡିଛି। ଜେଲ୍ ମଧ୍ୟରେ ଢ଼େଲାପଥର ମାରିଥିବା ସହ ଦିନ ତମାମ୍ ଖାଦ୍ୟ ନଖାଇ ପ୍ରତିବାଦ କରିଥିଲେ କଏଦୀ।

ସ୍ଥାନାନ୍ତର କଏଦୀ ଜଣଙ୍କ ହେଲେ ଆଠଗଡ଼ ବାଳୀ ଅଞ୍ଚଳର ରାଜୀବ ଲୋଚନ ଦାସ। ସେ ଅନେକ ମାମଲାରେ ଜଡିତ ଥିବା ଜଣାପଡିଛି। ରାଜୀବଙ୍କୁ ଆଠଗଡ଼ ଜେଲରୁ ଅନୁଗୁଳ ଜେଲକୁ ସ୍ଥାନନ୍ତର କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.