ବନ୍ୟା ଜଳ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ(କେନ୍ୟୁଜ୍): ରାତି ୧୨ଟା ସୁଦ୍ଧା ମୁଣ୍ଡଳି ନିକଟରେ ପହଞ୍ଚିବ ମହାନଦୀର ବନ୍ୟା ଜଳ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜରୁରୀ ବୈଠକ ଡାକିଛନ୍ତି କଟକ ଜିଲ୍ଲାପାଳ। ଅପରାହ୍ନ ୪ଟାରେ ବସିବ ବୈଠକ। ମୁଣ୍ଡଳୀ ବ୍ୟାରେଜ୍‌ରୁ ଏବେ ୪ ଲକ୍ଷ ୫୩ ହଜାର ୧୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଯୋବ୍ରା ବ୍ୟାରେଜ୍‌ରେ ୨୦.୯୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହୋଉଛି ୨୦.୧୦ ଘନଫୁଟ ଜଳ।