ଯାଜପୁର: ପଞ୍ଚାୟତରେ ଠିକାଦାରୀକୁ କେନ୍ଦ୍ର କରି ଗଣ୍ଡଗୋଳ । ଉଭୟ ପକ୍ଷରୁ ୨ରୁ ଉର୍ଦ୍ଧ୍ବ ଆହତ । ଯାଜପୁର ଜିଲା ଦଶରଥପୁର ଥାନା ରାହାସୋଇ ପଞ୍ଚାୟତରେ ଗଣ୍ଡଗୋଳ ହୋଇଛି ।
ସୂଚନା ଅନୁସାରେ ରାହାସୋଇ ପଞ୍ଚାୟତରେ ଚାଲିଥିବା ଠିକା କାମକୁ ଅଶୋକ କୁମାର ପତି ନାମକ ଜଣେ ବ୍ୟକ୍ତି ବିରୋଧ କରୁଥିଲେ । ଏପିରିକି ବିଭିନ୍ନ ସୂଚନା ଅଧିକାର ଆଇନ ବ୍ୟବହାର କରି ପ୍ରକଳ୍ପ ବନ୍ଦ କରି ଦେଉଥିବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ଗ୍ରାମବାସୀ ଓ ଅଶୋକଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଶୋକ ସଂପୃକ୍ତ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଅଶୋକଙ୍କ ସ୍ତ୍ରାଙ୍କୁ ମଧ୍ୟ ଆକ୍ରମଣ କରାଯାଉଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଘଟଣାର ତଦନ୍ତ କରୁଛି ପୋଲିସ ।