ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ, ପାକତ୍ୟାଗ ଓ ଦେବ ନୀତି ନିଷେଧ ଥିବାରୁ ଉପୁଜିଛି ଦ୍ୱନ୍ଦ୍ୱ

କେନ୍ୟୁଜ୍(ବ୍ୟୁରୋ): ଏବର୍ଷ ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ଥିବାରୁ କିଭଳି ରାଜ୍ୟବାସୀ ପାଳିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୨୫ ତାରିଖ ଦିନ ପରାଗ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ରହିଛି ଓ ସଂଧ୍ୟା ୬ଟା ୨୬ ମିନିଟ୍‌ ୫୨ସେକେଣ୍ଡରେ ସର୍ବମୋକ୍ଷ ହେବ ତେଣୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ । ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତ୍ତି ହୋଇଛି ।

୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡ଼ବଡ଼ୁଆ ଡାକ ହେବ । ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୨୫ ତାରିଖ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ । ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍‌ ନଭେମ୍ବର ୮ ତାରିଖ ଦିନ ପଡୁଥିବାରୁ ସେଦିନ ଭୋର୍‌ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଦିନ ସଂଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗ କରିବାକୁ ନିଷେଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.