ବିଜେଡି ଘୋଷଣା କରି ଦେଲାଣି କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସର ଅଙ୍କ ଛିଡୁନି

କଂଗ୍ରେସରେ ଓ ବିଜେପିରେ ଅନେକ ଆଶାୟୀ ଅଛନ୍ତି। କିନ୍ତୁ କାହାକୁ ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ବିରୋଧୀ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ ଶାସକ ଦଳ ରେକର୍ଡ ମାର୍ଜିନରେ ଜିତିବା ପାଇଁ ରଣନୀତି କରିଛି ଦଳ

ଭୁବନେଶ୍ବର(କେନ୍ୟୁଜ୍): ବିରୋଧୀଙ୍କ ପ୍ରାର୍ଥୀ ଅଙ୍କ ଛିଣ୍ଡୁନି। ଉଭୟ ବିଜେପି ଓ କଂଗ୍ରେସର ଅନେକ ଆଶାୟୀ ଅଛନ୍ତି। କିନ୍ତୁ କାହାକୁ ଦଳ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ। ତଥ୍ୟ ଅନୁସାରେ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି। ହେଲେ ବିଜେପି ଭଳି କଂଗ୍ରେସରେ ମଧ୍ୟ ଅନେକ ଆଶାୟୀ। କିନ୍ତୁ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱନ୍ଦରେ କଂଗ୍ରେସ। ଏଭଳିସ୍ଥିତିରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ସ୍ୱର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଝାରସୁଗୁଡାରେ କଂଗ୍ରେସ୍‌ର ୫ ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟିର ଟିମ୍‌ । ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଳକ ଓ ପୌର ପରିଷଦର କର୍ମୀଙ୍କୁ ଭେଟି ପ୍ରାର୍ଥୀ ଚୟନ କରାଯିବ ବୋଲି କଂଗ୍ରେସ କହିଛି।

ବିରୋଧୀ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ ଶାସକ ଦଳ ରେକର୍ଡ ମାର୍ଜିନରେ ଜିତିବା ପାଇଁ ରଣନୀତି କରିଛି ଦଳ। ଆଜି ଭୁବନେଶ୍ୱର ରଣନୀତି ପ୍ରସ୍ତୁତ କରିଛି ଦଳ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଲ ଦାସ , ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି। ବୈଠକରେ କେବେ ଦୀପାଳି ପ୍ରାର୍ଥୀପତ୍ର ଦାଖଲ କରିବେ। ନିର୍ବାଚନୀ ପରିଚାଳନାରେ କେଉଁମାନେ ମଙ୍ଗ ଧରିବେ ତାହା ଉପରେ ଆଲୋଚନା ହୋଇଛି। ଜୋନ୍‌ ଅନୁଯାୟୀ କେଉଁ ନେତାଙ୍କୁ ଦାୟିତ୍ୱ ମିଳିବ ତାହା ମଧ୍ୟ ସ୍ଥିର ହୋଇଛି।

ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ,ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। ସମୁଦାୟ ନିର୍ବାଚନୀ ପରିଚାଳନାର ତଦାରଖ କରିବେ ବିଜେଡି ସଙ୍ଗଠନ ସମ୍ପାଦକ। ଝାରସୁଗୁଡା ଉପନିର୍ବାଚନରେ ୨୦୨୪ ନେଇ ଜନତାଙ୍କ ମତାମତ ପ୍ରତିଫଳିତ ହେବ । ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଦଳ ଜିତିବ ବୋଲି ବିଜେଡି କହିଛି।  ୨୦୧୯ରେ ନବ ଦାସ ୪୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଏ ମାର୍ଜିନକୁ ଆହୁରି ବଢାଇ ଝାରସୁଗୁଡାରୁ ବିଜେଡି ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଛିି।