କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳିତ , ୨୦୧୯ ନିର୍ବାଚନ ପାଇଁ ଏକ ହୋଇ ଲଢିବାକୁ ଆହ୍ଵାନ

ଭୁବନେଶ୍ବର(କେନ୍ୟୁଜ୍) : ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି। ଏକାଠି ହୋଇ ନିର୍ବାଚନ ଲଢିବାକୁ ଆହ୍ଵାନ। କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ କାର‌୍ୟ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଅନନ୍ତ ସେଠୀ ଓ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।