ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା, ନଜର ପକାନ୍ତୁ କିଏ କିଏ ମଇଦାନକୁ ଓହ୍ଲାଇବେ

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାରକା ତାଲିକା ପ୍ରକାଶ ପାଇଛି। ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି।

ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ପିିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ନେତୃବୃନ୍ଦ  ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବ ବିଶ୍ୱାଳ, ଭକ୍ତଚରଣ ଦାସ, ଶରତ ରାଉତ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, ସିଏସ ରାଜନ ଏକ୍କା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଗଣେଶ୍ୱର ବେହେରା, ରାମଚନ୍ଦ୍ର ଖୁଂଟିଆ, ସୁଶିଳା ତିରିଆ, ​ ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କିଶୋର ଚନ୍ଦ୍ର ପଟେଲ,ସୁରେନ୍ଦ୍ର ସିଂ ଭୋଇ,ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ,ଜଙ୍ଗେଶ୍ୱର ବାବୁ,ପ୍ରକାଶ ଚନ୍ଦ୍ର ଦେବତା,ଅମୀୟ ପଟ୍ଟନାୟକ,ଭୁଜବଳ ମାଝୀ,ବାଙ୍କନିଧି ବେହେରା,ହମିଦ ହୁସେନ, ସ୍ମୃତି ରଞ୍ଜନ ଲେଙ୍କା ଓ ୟାସିର ନୱାଜ ପ୍ରମୁଖ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.