କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ଖୁବଶୀଘ୍ର ଧରାପଡ଼ିବ ଅଭିଯୁକ୍ତ କହିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ। କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘଟଣାର ତଦନ୍ତ କରିବାକୁ ଡିଡିପି ଓ ସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୁଟ ଘଟଣା ସଂପର୍କରେ ନିରଞ୍ଜନଙ୍କ ସହ ସେ ନିଜେ କଥା ହୋଇଛନ୍ତି ।
ଖୁବ ଶୀଘ୍ର ଦୋଷୀକୁ ଧରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ବର ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଛି । ଆଲମିରା ଲକର ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଟ ହୋଇଛି।
ଘରେ ଦୁର୍ବୃତ୍ତ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ବେଧଡ଼କ ଲୁଟ୍ କରିଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି । ଚୋର ଯେଭଳି ଦିତୀୟ ମହଲାକୁ ଯାଇ ଚୋରି କରିଛି, ଚୋର ନଜର ରଖିଥିବା ସେ କହିଛନ୍ତି। ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି ଏବଂ କ୍ୟାସ ବେଶୀ ନଥିବା ନିରଞ୍ଜନଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି ।
Also read:ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ, ଝରକା ଦେଇ ଲୁଟେରା ଫେରାର