ବିଧାନସଭାରୁ ୧୨ ବିଧାୟକ ନିଲମ୍ବିତ ଘଟଣା, ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣା

ଭୁବନେଶ୍ୱର : ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ ।  ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ବିଧାୟକ । ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି । ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି ।  ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ।  ତେବେ ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନାଙ୍କ ନାଁ ନଥିବା ଜଣାଯାଇଛି ।

ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକଙ୍କ ବାରମ୍ବାର ବିଶୃଙ୍ଖଳିତ ଆଚରଣ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗତକାଲି ଅପରାହ୍‌ଣରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ।  ଯଦ୍ୱାରା କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ବିଧାୟକଙ୍କୁ ଆଗାମୀ ୭ ଦିନ ପାଇଁ ନିଲମ୍ବନ କରାଯାଇଛି  ।

ଆହୁରି ପଢ଼ନ୍ତୁ :  କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ, ବିଶୃଙ୍ଖଳିତ ଆଚରଣ ନେଇ ଶାସକ ଦଳ ଅଭିଯୋଗ