ବିଧାନସଭାରେ କିଟ୍ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର:ବିଧାନସଭାରେ କିଟ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବିଧାନସଭାରେ ପ୍ରଶଂସା କରିଛନ୍ତି ସୁର ରାଉତରାୟ । ସ୍କୁଲର ଭିତ୍ତିଭୁମି ଓ ଶିକ୍ଷକ ଅଭାବ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଥିଲା । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍ତର ରଖିଥିଲେ ।

ସ୍କୁଲରେ ବିଜ୍ଞାନର ଭିତ୍ତିଭୂମି ନାହିଁ କି ଶିକ୍ଷକ ନାହାନ୍ତି ବୋଲି କହିଥିଲେ । ଏହାସହ କିଟ୍‌ ଓ କିସ୍‌ ଭଳି ଶିକ୍ଷାନୁଷ୍ଠାନକୁ ଦେଖନ୍ତୁ, ଯେଉଁଠାରେ ପ୍ରତିବର୍ଷ ୧୬ ଜଣ ବୈଜ୍ଞାନିକ ବାହାରୁଛନ୍ତି । ସେହିଭଳି ଭିତ୍ତିଭୁମି ସବୁ ସ୍କୁଲରେ ହେବା ଆବଶ୍ୟକ ବୋଲି ମନ୍ତ୍ରୀଙ୍କୁ କହିଥିଲେ ବିଧାୟକ । ପରେ ମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ଶିକ୍ଷକ ଓ ଭିତ୍ତିଭୁମି ଖୁବଶୀଘ୍ର ପୂରଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.