ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ, ଦୋକାନ ବଜାର ଓ ଯାନବାହନ ଚଳାଚଳ ଠପ

ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାକୁ ନେଇ ୪ ଦଫା ଦାବି ପୂରଣ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡ଼ାକରା। ଏହାର ପ୍ରଭାବରେ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାକୁ ନେଇ ୪ ଦଫା ଦାବି ପୂରଣ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡ଼ାକରା। ଏହାର ପ୍ରଭାବରେ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ଜିଲ୍ଲାର ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ,ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଅଭାବ ତା ସାଙ୍ଗକୁ ଆନୁଷଙ୍ଗିକ ଅବ୍ୟବସ୍ଥା , ଦଶ କୋଟି ବ୍ୟୟ ଅଟକଳରେ ହୋଇଥିବା BED କଲେଜକୁ ସ୍ଵୀକୃତି ପ୍ରଦାନ କରିବା ଏବଂ ଜିଲ୍ଲାରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସବୁ ମୁଖ୍ୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଆଜି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି। ପ୍ରଭାବରେ ତମାମ ଜିଲ୍ଲାରେ ସ୍କୁଲ କଲେଜ,ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳା ଚଳ ବନ୍ଦ ରହିଛି। ଆଗକୁ ଯଦି ଦାବୀ ପୂରଣ ନ ହୁଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି।