ଯାଜପୁର: ଅର୍ଥନୀତିରେ ଅବନତି,ବେକାରି,ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଗର୍ଜିଲା କଂଗ୍ରେସ, ପ୍ରତିବାଦରେ କଲା ବିକ୍ଷୋଭ

ଯାଜପୁର ଟାଉନ(କେନ୍ୟୁଜ୍): ଦେଶ ର ଅର୍ଥନୀତିରେ ଅବନତି,ବେକାରି ବୃଦ୍ଧି,ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରରେ ବିଜେପି ସରକାର ଆସିବା ସମୟରେ ଦେଇଥିବା ପ୍ରତିଶୃତିକୁ ପୁରଣ କରିବାରେ ବିଫଳ ହୋଇଛି ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

congress jajpurଦେଶରେ କ୍ରମାଗତ ଭାବେ ଜିଡିପି ହାର କମିବାରେ ଲାଗିଛି,ସାଧାରଣ ଖାଉଟି ହଇରାଣ ହରକତ ହେଉଥିବା ଅଭିଯୋଗ କରି କଂଗ୍ରେସ ଜିଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିଭଳି ରାଜ୍ୟ ରେ ନାରୀ ନିର୍ଯ୍ୟାତନା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସରକାର ସଂପୁର୍ଣ୍ଣ ବିପଂଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏ ନେଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ଭାରପ୍ରାପ୍ତ ଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.