ଜଳେଶ୍ୱରର ୪ଟି ବୁଥ୍‌ ବଦଳରେ ଦୁଇଟି ବୁଥ୍‌ରେ ରି ପୋଲିଂକୁ ନେଇ କଂଗ୍ରେସର ପ୍ରତିବାଦ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ୪ଟି ବୁଥ୍‌ ବଦଳରେ ଦୁଇଟି ବୁଥ୍‌ରେ ରି ପୋଲିଂକୁ ନେଇ ପ୍ରତିବାଦ କରିଛି କଂଗ୍ରେସ । ଆସନ୍ତା ୧୯ ତାରିଖରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଦ୍ରିୟାଁନ ଊର୍ଦ୍ଧୁ ପ୍ରାଇମେରି ସ୍କୁଲରେ ଦୁଇଟି ବୁଥ୍‌ରେ ସାନି ମତଦାନ ନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ହେଲେ ବୁଥ୍‌ କ୍ୟାପଚରିଂ ଅଭିଯୋଗ ଆଣି ୪ଟି ବୁଥ୍‌ରେ ସାନି ମତଦାନ ପାଇଁ ଦାବି କରିଛି କଂଗ୍ରେସ । ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ସହ ଯେଉଁମାନେ ଆଚରଣ ବିଧି ଓ ନିୟମ ଉଲଂଘନ କରଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.