ମାଲକାନଗିରିରେ କଂଗ୍ରେସ କର୍ମୀଙ୍କ ଧାରଣା

strikeମାଲକାନଗିରି: ଦାବି ପୂରଣ ନହେବାରୁ ଧାରଣା। ମାଲକାନଗିରିରେ ଅସ୍ଥାୟୀ ସ୍କୁଲରେ ରାତି କଟାଇଲେ ଜିଲ୍ଲା କଂଗ୍ରେସ କର୍ମୀ। ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ଜାରି ରଖିବାକୁ କର୍ମୀମାନେ ଚେତାବନୀ ଦେଇଛନ୍ତି। ତାଙ୍କ ସହ ସାମିଲ୍ ହୋଇଛନ୍ତି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି।

ଧାରଣାସ୍ଥଳରେ କଂଗ୍ରେସ ପକ୍ଷରୁ ଏକ ଅସ୍ଥାୟୀ ସ୍କୁଲ କରି ପିଲାଙ୍କୁ ପାଠ ପଢାଇବା ସହ ବହି, ଖାତା ବଣ୍ଟନ କରାଯାଉଛି। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଉଛି। ଗତକାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କର୍ମୀମାନେ ଧାରଣାରେ ବସିଥିଲେ।

Leave A Reply

Your email address will not be published.