କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ରାଜ୍ୟ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ପୋଲିସ ସହ ମୁହାଁମୁହିଁ । କଂଗ୍ରେସ ଭବନରୁ ଶୋଭାଯାତ୍ରା ବାହାରି ନବୀନ ନିବାସ ଆଡ଼କୁ ଯିବା ବେଳେ ଶିଶୁ ଭବନ ଛକ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । ଏହି ସମୟରେ ପୋଲିସ ଓ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠାଇନେଇଛି । ପିପିଲି ପୀଡ଼ିତାଙ୍କୁ ନେଇ ମନ୍ତ୍ରୀ ମହାରଥୀଙ୍କ ମନ୍ତବ୍ୟ ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି ।