ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ଥମୁନି ରାଜନୀତି !

ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଶେଷ ହେଲା । ଏହାକୁ ନେଇ ଆରମ୍ଭ ହୋଇଛି ସମ୍ପର୍କ ରାଜନୀତି। ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଛି କଂଗ୍ରେସ। ଏବେ ରାଜ୍ୟସଭା ପ୍ରସଂଗକୁ ନେଇ ନିଜକୁ ମୁଖ୍ୟ ବିରୋଧୀ କହି ବିଜେଡି-ବିଜେପିକୁ ନିଶାନା କରିଛି କଂଗ୍ରେସା ନିରଂଜନ କହିଛନ୍ତି ବିଜେଡି ଓଡିଶା ଲୋକଙ୍କୁ ଭୁତାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ନବୀନ କଥା ହେଲା ବେଳେ ଓଡିଶାର ମହାନଦୀ, ରାଉରକେଲା ସୁପରସ୍ପେସାଲିଟି ହସ୍ପିଟାଲ ବିଷୟରେ ଆଲୋଚନା କରିପାରି ଥାନ୍ତେ । ଏହା ସହ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଯଦି ପ୍ରକୃତରେ ଓଡିଶାର ବିକାଶ ଚାହୁଁଛନ୍ତି ତେବେ ସେମାନେ ବିଜେପି ହାତ ଛାଡି କଂଗ୍ରେସରେ ଯୋଗ ଦିଅନ୍ତୁ। ଏକାଠି ବିରୋଧି ଦଳ ହିସାବରେ ଲଢେଇ କରନ୍ତୁ।
ବିଜେପି କହିଛି କଂଗ୍ରେସ ଉଭୟ ରାଜ୍ୟ ଏବଂ ଦେଶକୁ ବହୁ ଦିନ ହେବ ଶାସନ କରିଛି । ହେଲେ ଲୋକେ କଂଗ୍ରେସ ପ୍ରତ୍ୟାଖାନ କରିଛନ୍ତି । ତେଣୁ ଓଡିଶାରେ ବିଜେପି ହିଁ ମୁଖ୍ୟ ବିରୋଧୀ ଭାବେ କାମ କରୁଛି । ବିଜେଡି କହିଛି କଂଗ୍ରେସ ପାଖରେ କିଛି ପ୍ରସଂଗ ନାହିଁ । ମୁଖ୍ୟ ବିରୋଧୀ ଦଳର ସ୍ଥାନ ବଜାୟ ରଖି ନପାରି ହତାଶ ହୋଇଛି । ତେଣୁ ପ୍ରସଂଗ ନଥିବା କଥାକୁ ପ୍ରସଂଗ କରୁଛି।
ବିଜେଡିର ଅନେକ ନିଷ୍ପତ୍ତି ଏନଡିଏକୁ ସୁହାଯାଉଛି। ଆଗକୁ ନିର୍ବାଚନ ଅଛି । ତେଣୁ ଏହି ପ୍ରସଂକୁ ନେଇ କଂଗ୍ରେସ କିଭଳି ଲୋକଙ୍କ ପାଖକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।