ମାଲକାନଗିରିରେ ନାବାଳିକା ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ଉପରେ ବଢିଚାଲିଛି ଅତ୍ୟାଚାର ।  ଗତ ୮ମାସରେ ୧୬ଶହ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ।  ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିଛି ରାଜ୍ୟ କଂଗ୍ରେସ ।  ପ୍ରତ୍ୟେକ ଘଟଣା ତଦନ୍ତ ଓ ଅନୁଧ୍ଯାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଫ୍ୟାକଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି ।

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ଗଠିତ ୭ଜଣିଆ ଟିମରେ ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ।  ଏହି କମିଟି ଖୁବଶୀଘ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।

ସେହିପରି ମାଲକାନଗିରିରେ ନାବାଳିକା ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ ।  କିପରି ଦଶମ ଶ୍ରେଣୀ ଛାତ୍ରୀ ମାଆ ହେଲେ ?  ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ ୱାର୍ଡେନ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

Also read: ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା, ତଦନ୍ତ ପାଇଁ ସ୍କୁଲରେ ପହଞ୍ଚିଲେ ଆରଡିସି