ଦଳକୁ ପୁଣି ମଜଭୁତ କରିବାକୁ ପ୍ରୟାସ, ଆରଏସ୍ଏସ୍ ଢାଞ୍ଚାରେ କ୍ୟାଡର ଗଠନ କରିବ କଂଗ୍ରେସ
ଭୁବନେଶ୍ବର(କେନ୍ୟୁଜ୍): କଂଗ୍ରେସକୁ ପୁଣି ମଜଭୁତ କରିବାକୁ ପ୍ରୟାସ । ଆରଏସ୍ଏସ୍ ଢାଞ୍ଚାରେ କ୍ୟାଡର ଗଠନ କରିବ କଂଗ୍ରେସ । ନେତା ଭିତ୍ତିକ ପାର୍ଟିରୁ କ୍ୟାଡର ଭିତ୍ତିକ ପାର୍ଟି ହେବ । ଏଥିପାଇଁ କଂଗ୍ରେସ ନିଯୁକ୍ତି କରିବ ପ୍ରେରକ । ଲୋକସଭା ନିର୍ବାଚନରେ ପାର୍ଟି ଦୁଇ ଦୁଇ ଥର ପରାଜୟ ପରେ ଦଳକୁ ସୁଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସର ନୀତି, ଆଦର୍ଶକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନ କରାଯିବ । ଏଥିପାଇଁ ସାରା ଦେଶରେ କଂଗ୍ରେସ ପ୍ରେରକ ନିଯୁକ୍ତି କରିବ । ପ୍ରତି ରାଜ୍ୟରେ ୪ରୁ ୫ଟି ଜିଲ୍ଲାର ପ୍ରତ୍ୟେକ ମଣ୍ଡଳରେ ତିନି ଜଣ ଲେଖାଏଁ ପ୍ରେରକ ରହିବେ । ସେହି ଅଞ୍ଚଳରେ ତିନି ମାସ କାମ କରିବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଲୋକ ପ୍ରେରକ ପାଇଁ ପ୍ରତିନିଧି ବାଛିବ କଂଗ୍ରେସ । ଏମାନଙ୍କୁ କଂଗ୍ରେସ ପରୀକ୍ଷା କରି ପ୍ରେରକ ଭାବେ ନିଯୁକ୍ତି ଦେବେ । ଏଥିପାଇଁ ସେମାନଙ୍କୁ ତାଲିମ ଦେବ କଂଗ୍ରେସ । ଏନେଇ ଆସନ୍ତ ୧୨ ତାରିଖରେ ଦିଲ୍ଲୀରେ ସର୍ବଭାରତୀୟ ସ୍ତରରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟ ଓ ନରସିଂହ ମିଶ୍ର ଯୋଗଦେବା କାର୍ଯ୍ୟକ୍ରମ ରହିଛି ।