କୁଚକ୍ରୀ ଗୋଷ୍ଠୀ ଅତିରଞ୍ଜିତ କରୁଛନ୍ତି : କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ପାଇଁ ପଥରଗାଡ଼ିଆବାସୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଅଭାବନୀୟ ଘଟଣା ପାଇଁ ଆମେ ମର୍ମାହାତ ।  କିଛି କୁଚକ୍ରୀ ଗୋଷ୍ଠୀ ଏହାକୁ ଅତିରଞ୍ଜିତ କରୁଥିବା ଅଭିଯୋଗ କରିଛନ୍ତି ପଥରଗାଡ଼ିଆ ଗ୍ରାମବାସୀ ।  କିଟ୍ ଏବଂ କିସ ବିଶ୍ୱବିଦ୍ୟାଳୟ ଯୋଗୁ ଶିକ୍ଷା କ୍ଷତ୍ରରେ ଅନେକ ଉନ୍ନତି ହୋଇଛି । କିଟ୍ ଓ କିସ୍ ହେଉଛି ମଣିଷ ତିଆରି କାରଖାନା । ଘଟଣାକୁ ନେଇ ଅତିରଂଜିତ କରିବା ଉଚିତ ନୁହଁ ବୋଲି କହିଛନ୍ତି ଗ୍ରାମବାସୀ ।

ପଥର ଗାଡ଼ିଆ ଗାଁ ପାଇଁ କିଟ୍ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଉଛନ୍ତି ।  କିଟ ଏବଂ କିସ ବିଶ୍ୱବିଦ୍ୟାଳୟରେ ଆମ ଗାଁର ଅନେକ ଲୋକ ନିଯୁକ୍ତି ପାଇଛନ୍ତି । ପଲ୍ଲୀ ସଭା କରି ଆମେ ନିଜେ କିସକୁ ଜମି ଦେଇଛୁ । ଗାଁ ଲୋକଙ୍କର ଏ ବାବଦରେ କୌଣସି ଅଭିଯୋଗ ନଥିବା କହିଛନ୍ତି ପଥରଗାଡ଼ିଆ ଅଞ୍ଚଳବାସୀ । କିଛି ଗଣମାଧ୍ୟମ ଅତିରଂଜିତ କରି ଏହି ଦୁର୍ଘଟଣାକୁ ଦେଖାଉଛନ୍ତି । ଏହା ଉଚିତ ନୁହେଁ, ଆମେ ଏହାକୁ ବିରୋଧ କରୁଛୁ ବୋଲି କହିଛନ୍ତି ।