ଝଗଡ଼ା ସମାଧାନ କରିବାକୁ ଯାଇ ହଟହଟା ହେଲେ କନେଷ୍ଟବଳ, ୨ପରିବାର ମିଶି କଲେ ଆକ୍ରମଣ

ବଣାଇ : କନେଷ୍ଟବଳଙ୍କୁ ଆକ୍ରମଣ । ସମାଧାନ କରିବାକୁ ଯାଇ ନିଜେ ଆକ୍ରମଣର ଶୀକାର ହେଲେ । ସୁନ୍ଦରଗଡ କୋଇଡା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକରେ ଏପରି ଘଟଣା ଘଟିଛି ।

ଦୁଇ ପରିବାର ମଧ୍ୟରେ ଝଗଡ଼ା ହେଉଥିବା ଖବର ପାଇ ଟେନସା ଫାଣ୍ଡିର ଦୁଇ ଜଣ କନେଷ୍ଟବଳ ସମାଧାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ ଦୁଇ ପରିବାର ମିଶି ଆକ୍ରମଣ କରିଥିଲେ । ଫାଣ୍ଡି ଅଧିକାରୀ ଦୁଇ ଜଣ କନେଷ୍ଟବଳଙ୍କୁ ଆହତ ଅବସ୍ଥାରେ ଟେନସା ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଦୁଇ ପରିବାର ଲୋକଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

 

ଆହୁରି ପଢ଼ନ୍ତୁ : ସାରଥୀଙ୍କ ପୂଜାକୁ ବିରୋଧ, ଅଧାରୁ ବନ୍ଦ ହେଲା ପୂଜା