ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି କରାଯାଇଛି । ତୁରେକେଲା ଥାନା ଢୋଲମାନ୍ଦଲ ଗାଁର ମଗଶିର ପରାଭୋଇ ଓ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନା କୁମ୍ଭାରୀ ଗାଁକୁ ନିଜ ପୁଅ ପାଇଁ ଝିଅ ଦେଖିବାକୁ ଆସିଥିଲେ । କିନ୍ତୁ ଝିଅର ବିବାହ ବୟସ ହୋଇନଥିବାରୁ କନ୍ୟାପକ୍ଷ ଲୋକ ଝିଅ ବିବାହ ପାଇଁ ମନାକରିଦେଇଥିଲେ । ସେଠାରୁ ସ୍ୱାମୀ ସ୍ତ୍ରୀ ଝିଅକୁ ଅପହରଣ କରି ଫେରାର ମାରୁଥିବା ବେଳେ ପୋଲିସ ଉଭୟଙ୍କୁ କାବୁ କରି ଥାନାରେ ଅଟକ ରଖିଥିଲା ।
ବିଳମ୍ବିତ ରାତିରେ ମଗଶିର ପୋଲିସକୁ ଆକ୍ରମଣ କରି ଚମ୍ପଟ ମାରୁଥିବା ବେଳେ ତାକୁ କାବୁ କରାଯାଇଥିଲା । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ଆହୁରି ପଢ଼ନ୍ତୁ : ଶନି ମନ୍ଦିରରୁ ଲୁଟ୍, ଠାକୁରଙ୍କ ଅଳଙ୍କାର ନେଇ ମାରିଲେ ଛୁ