ରାଜ୍ୟ

କରଞ୍ଜିଆ : ତିନି ବର୍ଷ ପରେ ବି ସରୁନାହିଁ ଦୋମୁହାଁଣି ପୋଲ ନିର୍ମାଣ, ଦୁର୍ବଳ ବାଉଁଶ ପୋଲରେ ଯାତାୟାତ କରୁଛନ୍ତି ଲୋକେ

କରଞ୍ଜିଆ : ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଦୁଇ ଭାଗ କରୁଛି ଦୋମୁହାଁଣି । ଦୁଇଟି ନଦୀ ଏଠାରେ ମିଶି ଥିବାରୁ ଏହାର ନାଁ ହେଉଛି ଦୋଦୋମୁହାଁଣି । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ଏହି ଜାଗାରେ ମିଳନ ଘଟିଛି ବୈତରଣୀ ଆଉ ଖଇରୀ ନଦୀ ମଧ୍ୟରେ । ଖିଚିଂ ମନ୍ଦିରରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି ଏହି ଜାଗା । ରାଜ୍ୟ ସରକାର ଦୁଇ ଜିଲ୍ଲାକୁ ସଂଯୋଗୀକରଣ କରିବା ପାଇଁ ବୈତରଣୀ ନଦୀ ଉପରେ ଆରମ୍ଭ କରିଥିଲେ ବିଜୁ ସେତୁ । ହେଲେ ସମୟ ସିନା ଗଡ଼ି ଚାଲିଛି କିନ୍ତୁ ସରୁ ନାହିଁ ସେତୁ କାମ । ଗୋଟିଏ ଦୁର୍ବଳ ବାଉଁଶ ପୋଲ ଉପରେ ଦୁଇ ପାଖର ଲୋକେ ଯିବା ଆସିବା କରୁଛନ୍ତି । ଯେଉଁଠି ପାଦେ ପାଦେ ରହୁଛି ବିପଦ ।

କେତେ ବେଳେ ଗୋଡ଼ ଖସି ଯିବା ଭୟ ତ ଆଉ କେତେ ବେଳେ ଦୁର୍ବଳ ବାଉଁଶ ଭାଙ୍ଗିଯିବାର ଡର ରହିଛି । ତଥାପି ଜୀବନକୁ ବାଜି ଲଗେଇ ଯିବାକୁ ପଡୁଛି । ରାଜ୍ୟ ସରକାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରିବା ପାଇଁ ୨୦୧୫ ମସିହାରେ ଆରମ୍ଭ କଲେ ଏହି ପୋଲ ନିର୍ମାଣ କାମ। ଦାୟିତ୍ୱ ନେଲା ଗ୍ରାମ୍ୟ ଉନ୍ନୟନ ବିଭାଗ, କେନ୍ଦୁଝର । ପୋଲ ନିର୍ମାଣ ଖବର ପାଇ ସ୍ଥାନୀୟ ଜନସାଧାରଣଙ୍କ ଖୁସିରେ ସୀମା ରହିଲା ନାହିଁ । ଏହି ସେତୁର ଦୈର୍ଘ୍ୟ ହେଉଛି ୩୦୬ ମିଟର । ଏଥିରେ ଉଛବାଲି, ପଦ୍ମପୁର, ଭଣ୍ଡା, ଜ୍ୟୋତିପୁର, ଆଦିପୁର, କେସନା ଖିଚିଂ ଗାଁର ପ୍ରାୟ ୨୯ ହଜାର ଲୋକ ଉପକୃତ ହେବେ । ଏଥି ସହିତ ଚମ୍ପୁଆ ଓ କରଞ୍ଜିଆ ରାସ୍ତାର ଦୂରତା ମଧ୍ୟ କମିଯିବ ।

ଆରମ୍ଭ ସମୟରେ ପୋଲର ବ୍ୟୟ ଅଟକଳ ୨୦ କୋଟି ଥିଲା । ସେତୁର ନିର୍ମାଣ କାର୍ଯ୍ୟ ୨୦୧୭ରେ ସରିବା କଥା । ହେଲେ ତିନି ବର୍ଷ ବିତିଗଲାଣି କିନ୍ତୁ ଏବେବି ୫୦ ଭାଗ କାମ ସରି ନାହିଁ । ଏପଟେ ବଢ଼ି ଚାଲିଛି ବ୍ୟୟ ଅଟକଳ । ତେବେ ଏଥିରେ ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନମାନି ରହିଥିବା କୁହାଯାଉଛି । ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହି ପୋଲ ନିର୍ମାଣ ପାଇଁ ଜନସ୍ୱାର୍ଥ ରହିଥିଲେ ବି ପ୍ରଶାସନ ଦ୍ୱରା ସେଭଳି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଖାସ ସେଇଥିପାଇଁ ଦିନକୁ ଦିନ ଜନଅସନ୍ତୋଷ ବଢୁଛି । ତେଣୁ ଖୁବ୍‌ ଶୀଘ୍ର ଏହି ପୋଲ କାମ ଶେଷ କରିବାକୁ ଦାବି ହୋଇଛି । ନଚେତ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago