ନକଲି ଔଷଧକୁ ନେଇ କିଛି ଅଭିଯୋଗ ଥିଲେ ସିଧା ଡଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ ଗ୍ରାହକ, ଦୋକାନରେ ଲାଗିଲା ନୋଟିସ

ଭୁବନେଶ୍ବର(କେନ୍ୟୁଜ୍): ନକଲି ଔଷଧ ନିୟନ୍ତ୍ରଣ ପାଇଁ ଆଉ ପାଦେ ଆଗେଇଲେ ଔଷଧ ନିୟନ୍ତ୍ରକ ଅଧିକାରୀ। ଭୁବନେଶ୍ବରର ପ୍ରତି ଔଷଧ ଦୋକାନରେ ଲାଗିଲା ସଚେତନତାର ଲିଫ୍ ଲେଟ। ଯେଉଁଥିରେ  ଔଷଧ ନିୟନ୍ତ୍ରକ ଅଧିକାରୀଙ୍କ ହ୍ବାର୍ଟସଆପ ନମ୍ବର ରହିଛି।

ଯେଉଁ ଔଷଧକୁ ନେଇ ମନରେ ସନ୍ଦେହ ଓ ଅଭିଯୋଗ ରହିବ, ଗ୍ରାହକ ସିଧା ଔଷଧ ନିୟନ୍ତ୍ରକ ବା ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ହ୍ବାର୍ଟସଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ଟ୍ବିନ ସିଟିରେ ନକଲି ଔଷଧକୁ ନେଇ  ଅନେକ ଚିତ୍ର ସାମ୍ନାକୁ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ତରଫରୁ ଏହି ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.