ପୁରୀ : ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର । ସମୁଦ୍ର ମଝିରେ ଭାସୁଛି ଗୋଟିଏ କଣ୍ଟେନର । ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜରକୁ ଆସିଛି ଏହି କଣ୍ଟେନର । ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀଙ୍କ ନଜରକୁ ଆସିବା ପରେ କଣ୍ଟେନରକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ମତ୍ସ୍ୟଜୀବୀ ।
କେଉଁଠୁ ଆସିଲା ଏହି କଣ୍ଟେନର ତା’କୁ ନେଇ ଉଠିଛି ସନ୍ଦେହ । କଣ୍ଟେନର ଟିକୁ କୂଳକୁ ଆଣିବାକୁ ପ୍ରୟାସ କରାଯାଉଛି l କିଛିଦିନ ତଳେ କେନ୍ଦ୍ରାପଡା ରାଜନଗର ସମୁଦ୍ରରେ ଭାସୁଥିଲା ଏମିତି ଏକ କଣ୍ଟେନର l ଲୋକେ ଏଥିରୁ ଲୁଗାପଟା ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ନେଉଥିବା ଦେଖା ଯାଉଥିଲା l