ଆଠମଲ୍ଲିକ ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଠମଲ୍ଲିକ: ଆଠମଲ୍ଲିକରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍। ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ମେ ୧ରୁ ୭ ଦିନ ପାଇଁ ଲାଗୁହେବ କଟକଣା। ଏହି ୨ଟି ୱାର୍ଡରେ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ ଏନଏସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ସହରରେ ଡ଼ାକବାଜି ଯନ୍ତ୍ର ଯୋଗେ ଏନେଇ ପ୍ରଚାର ପ୍ରଚାର କରାଯାଇଛି। ପୂର୍ବରୁ କିଶୋରନଗର ବ୍ଲକର ଜାମୁନାଳି ପଞ୍ଚାୟତର ବାଦିବାହାଳ, ଲୁହାମୁଣ୍ଡା ପଞ୍ଚାୟତର ଡେବେରାପାଲୀ, ହଣ୍ଡପା ପଞ୍ଚାୟତର ପ୍ରତାପପୁର ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.