ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା, ହାତ ପାପୁଲି ଓ ପାଦ କାଟିଦେଲା ଠିକାଦାର

ଗଜପତି(କେନ୍ୟୁଜ୍) : ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା। ଠିକାଦାର ସହ ବଚସା ପରେ ହାତ ପାପୁଲି ଓ ଗୋଡ଼ ହରାଇଲେ ଦାଦନ ଶ୍ରମିକ। ମଦ ନିଶାରେ ଅଚେତ ହେବା ପରେ ବଦଳିଗଲା ଜୀବନ। ଗଜପତି ଜିଲ୍ଲା ଅଡ଼ବା ଗାଁର ଜଣେ ଦାଦନ ଶ୍ରମିକଙ୍କ ସହ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି।

ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକଙ୍କ ସହ ଅ଼ଡବା ଗାଁର ସାଙ୍କ ମୁର୍ମୁ ଓ ଅନ୍ୟ ୫ ଜଣ ଦାଦନ ଉତ୍ତର ପ୍ରଦେଶ ଯାଇଥିଲେ। ସେଠାରେ ଦାଦନ ଶ୍ରମିକ ଭାବେ ୨ ଦିନ କାମ କରିବା ପରେ ମଜୁରୀ ପାଇଥିଲେ। ଏହି ଅର୍ଥରେ ମଦ ପିଇବା ପରେ ନିଶାଗ୍ରସ୍ତ ହୋଇ ଠିକାଦାରଙ୍କ ସହ ବଚସା କରିଥିଲେ।

ଏହାପରେ ସେ ଅଚେତ ହୋଇ ଯାଇଥିଲେ। ଚେତା ଫେରିବା ବେଳକୁ ସାଙ୍କ ଙ୍କ ହାତ ପାପୁଲି ଏବଂ ଗୋଡ ପାଦ ନଥିବା ଦେଖିଥିଲେ। ଏନେଇ ଯଦି ଥାନାରେ ଅଭିଯୋଗ କରିବ ତାହାହେଲେ ଅସୁବିଧା ହେବ ବୋଲି ଠିକାଦାର ଧମକ ଦେଇଥିବା କହିଛନ୍ତି ସାଙ୍କ ଙ୍କ ପରିବାର ଲୋକେ। ଅର୍ଥାଭାବରୁ ଚେରମୂଳି ଚିକିତ୍ସା କରୁଛନ୍ତି ପରିବାର ଲୋକେ। ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Leave A Reply

Your email address will not be published.