କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼, ରାଷ୍ଟ୍ରପତିଙ୍କୁ କହିଲେ ‘ରାଷ୍ଟ୍ରପତ୍ନୀ’, ସବୁଠି ବିରୋଧ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରୁ ପାର୍ଲାମେଣ୍ଟ ସବୁଠି ତୀବ୍ର ବିରୋଧ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ ଅଧୀର ରଞ୍ଜନ । ସଂସଦରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି । କଂଗ୍ରେସ କ୍ଷମା ମାଗୁ ବୋଲି ଦାବି କରିଛନ୍ତି ବିଜେପି ସାଂସଦ ।

ଏପଟେ ଓଡ଼ିଶା ବିଧାନସଭାରେ ମଧ୍ୟ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବିଜେପି ବିଧାୟକ ଜୋରଦାର ହଙ୍ଗାମା କରିଛନ୍ତି । ଗୃହର ମଧ୍ୟଭାଗରେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଛନ୍ତି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.