ରୁକ୍ସାନା ବାନୋଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ, ଅଭିଯୋଗକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ସମ୍ବଲପୁର : ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁକୁ ନେଇ ତେଜୁଛି ବିବାଦ ।  ସୁଟିଂ ସମୟରେ ରୁକ୍ସାନାଙ୍କୁ ବିଷଦେଇ ହତ୍ୟା କରାଯାଇଥିବା ଅଭିଯୋଗ ପରେ ବିବାଦ ତେଜିଛି ।  ସମ୍ବଲପୁରୀ ଆଲବମ ଗାୟକ ରୁକୁ ସୁନାଙ୍କ ବରୋଧରେ ଅଭିଯୋଗ ବିବାଦକୁ ଆହୁରି ଜଟିଳ କରିଛି ।  ମୃତକଙ୍କ ପରିବାରର ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ରୁକ୍ସାନାଙ୍କ ଚିକିତ୍ସାକୁ ନେଇ ଏକ ଭିଡିଓରେ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭଉଣୀ ।

ବରଗଡ଼ରେ ହିଁ ରୁକ୍ସାନାଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି ।  ଏପରି କି ଭବାନୀପାଟଣା ଓ ବଲାଙ୍ଗିରରେ ମଧ୍ୟ ଠିକ୍ ଭାବେ ଚିକିତ୍ସା କରାଯାଇନଥିବା ସେ କହିଛନ୍ତି ।  ଅନ୍ୟପଟେ ବରଗଡ଼ର ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି,ଗତ ଅଗଷ୍ଟ ୩୧ତାରିଖରେ ରୁକ୍ସାନାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ।  ସେ ସ୍କ୍ରପ ଟାଇଫସରେ ଆକ୍ରାନ୍ତ ଥିଲେ ।  ଏହା ସହିତ ନିମୋନିଆ ଓ ହାର୍ଟ ସମସ୍ୟା ମଧ୍ୟ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like