ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଘଟିଛି ଏହି ଘଟଣା । ରବିବାର ରାତିରେ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ସୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ ବେହେରାଙ୍କ ଅପରେସନ୍‌ ଜରିଆରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ ସୁଶାନ୍ତଙ୍କୁ ତାଙ୍କ ସ୍ତ୍ରୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିବା ସମ୍ପର୍କିତ କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା ।

କେନ୍ଦୁଝର(କେନ୍ୟୁଜ୍): ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ସୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ ବେହେରାଙ୍କ ଅପରେସନ୍‌ ଜରିଆରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ ସୁଶାନ୍ତଙ୍କୁ ତାଙ୍କ ସ୍ତ୍ରୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିବା ସମ୍ପର୍କିତ କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା ।

ହେଲେ ସେ ଏଥିରେ ଦସ୍ତଖତ କରିବାକୁ ମନା କରିବାରୁ ଡାକ୍ତର ଅଭିଜିତ ମହାପାତ୍ର ତାଙ୍କୁ ଗାଳି ଦେଇଥିବା ସେ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଅଭିଯୋଗକୁ ଡାକ୍ତର ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସୁଶାନ୍ତଙ୍କ ସ୍ତ୍ରୀ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ରାଜି ହୋଇ ନିଜେ ଦସ୍ତଖତ କରିଥିଲେ । ସୁଶାନ୍ତଙ୍କୁ ଦସ୍ତଖତ କରିବା ପାଇଁ କହିବାରୁ ସେ ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରିଥିବା ଡାକ୍ତର ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.