ଜଳେଶ୍ୱର : ସକାଳୁ ସ୍କୁଲରେ ପହଞ୍ଚିଲେ ଛାତ୍ରଛାତ୍ରୀ, ହେଲେ ଦେଖା ନଥିଲେ ଶିକ୍ଷକ ଶିକ୍ଷୟିତ୍ରୀ

ଜଳେଶ୍ୱର (କେନ୍ୟୁଜ): ସ୍କୁଲ ବିଳମ୍ବରେ ଖୋଲିବାକୁ ନେଇ ଉତ୍ତେଜନା । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପଶିବାକୁ ଦେଲେନି ଅଭିଭାବକ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ରାମଚନ୍ଦ୍ରପୁର ୟୁଜିୟୁପି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗ୍ରୀଷ୍ମ ଛୁଟି ପରେ ବାଲେଶ୍ବର ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଆଜି ସକାଳ ୬. ଟା ୩୦ରେ ଖୋଲିବା ପାଇଁ ସୂଚନା ଜାରି କରା ଯାଇଥିଲା । ରାମଚନ୍ଦ୍ରପୁର ୟୁଜିୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଠିକ ସମୟରେ ପହଞ୍ଚି ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ବିଳମ୍ବରେ ପହଞ୍ଚିଥିଲେ । ଯାହାକୁ ନେଇ ଅବିଭାବକ ମାନେ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ପ୍ରଶ୍ନ କରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏହା ସହ ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ଘର, ପାଇଖାନା, ଶ୍ରେଣୀଗୃହ ସମେତ ସ୍କୁଲ ପରିସରକୁ ପରିଷ୍କାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବାରଣ୍ତାରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଦ୍ଯାଳୟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

You might also like