ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ୍

ଅନୁଗୋଳ(କେନ୍ୟୁଜ୍): ପୋଲିସ୍ ମାଡରେ ଲହୁ ଲୁହାଣ ହେଲେ ମହିଳା । ଆଠମଲ୍ଲିକ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲା ସାଦା ପୋଷାକଧାରୀ ପୋଲିସ୍। ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା ।

ସାଦା ପୋଷାକଧାରୀ ପୋଲିସ୍ ମହିଳାଙ୍କ ଘରେ ପଶି ତାଙ୍କୁ ଘୋଷାଡ଼ି ଆଣି ବାହାରେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ଝିଅ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନକୁ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ପରିବାର ଲୋକ ବିଳମ୍ବିତ ରାତି ଯାଏ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

Leave A Reply

Your email address will not be published.